Tech & Tricks: ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ

Friday, December 21, 2018

ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ସହିଦ ହୋଇଥିବା କୁରୁଣାକର ସିଂହଙ୍କୁ ସହିଦ ମାନ୍ୟତା ଦାବିରେ ଗଣ୍ଡୱାନା ସମାଜ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମରେ ନବୀନ ଯୋଗଦେବେ।
୧୮୬୧ ମସିହାରେ ଇଂରେଜମାନେ କରୁଣାକରଙ୍କୁ ଫାଶୀ ଦେଇଥିଲେ। ପ୍ରତିବର୍ଷ ଏଠାରେ ସହିଦ ଦିବସ ପାଳନ ହେଉଥିବାବେଳେ, କରୁଣାକରଙ୍କୁ ସରକାରୀ ଭାବେ ସହିଦ ମାନ୍ୟତା ଦାବି ହୋଇଆସୁଛି।
ତିନି ଦିନିଆ କାର୍ଯ୍ୟକ୍ରମରେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗଦେବା ବେଳେ ଅପରାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଯୋଗଦେବେ।

ଏହି ଅବସରରେ ନବୀନ ହେଲିପ୍ୟାଡ୍ ପାଖରେ ୪୬୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

No comments:

Post a Comment

Popular Posts